ପରମ୍ପରା, ଏକତା ଓ ସେବାର ୫୦ ବର୍ଷ

ସାର୍ବଜନୀନ ଗଣେଶ ପୂଜା କମିଟି

ତାଳପଦର (ପଧାନପଡ଼ା)

ସ୍ଥାପିତ ୧୯୭୭ ପରିଚାଳନା ଆଦର୍ଶ କ୍ଳବ୍

ଚାନ୍ଦା ଦିଅନ୍ତୁ +91 9583585723 & +919776187300

ଗାନ୍ଧୀ ଜୟନ୍ତୀରେ ଆଦର୍ଶ କ୍ଲବ୍‌ର ମହାନତା: ବୃକ୍ଷରୋପଣ ପରେ ଗଛର ଯତ୍ନ ନେଇ ସୃଷ୍ଟି କଲେ ଉଦାହରଣ

ଆଦର୍ଶ କ୍ଲବ୍ ବିଶେଷ ଖବର

ଗାନ୍ଧୀ ଜୟନ୍ତୀରେ ଆଦର୍ଶ କ୍ଲବ୍‌ର ମହାନତା: ବୃକ୍ଷରୋପଣ ପରେ ୬୦୦ଟି ଗଛର ଯତ୍ନ ନେଇ ସୃଷ୍ଟି କଲେ ଉଦାହରଣ

ତାଲପଦର-ଘେଁସ ମୁଖ୍ୟ ରାସ୍ତା କଡ଼ରେ ରୋପିତ ଚାରାଗୁଡ଼ିକର ହେଲା ବ୍ୟାପକ ସଫେଇ ଓ ରକ୍ଷଣାବେକ୍ଷଣ

ବିଜେପୁର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଓ ପ୍ରକୃତି ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବିଜେପୁର ବ୍ଲକ୍ ଅନ୍ତର୍ଗତ ତାଲପଦର ପଧାନପଡ଼ାର ‘ଆଦର୍ଶ କ୍ଲବ୍’ର ଯୁବ ସଦସ୍ୟମାନେ। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ଏବଂ ପ୍ରକୃତି ସହ ସନ୍ତୁଳନ ରକ୍ଷା କରିବାର ଆଦର୍ଶକୁ ପାଳନ କରି କ୍ଲବ୍‌ର ସଦସ୍ୟମାନେ ପୂର୍ବରୁ ନିଜସ୍ୱ ଖର୍ଚ୍ଚରେ ଲଗାଇଥିବା ୬୦୦ଟି ଗଛର ଯତ୍ନ ଓ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟ ସମ୍ପାଦନ କରିଛନ୍ତି।

କେବଳ ବୃକ୍ଷରୋପଣ ନୁହେଁ, ପ୍ରତ୍ୟେକ ଗଛକୁ ବଞ୍ଚାଇ ରଖିବା ପାଇଁ ଶ୍ରମଦାନ ମାଧ୍ୟମରେ ଯତ୍ନ ନେବା ଆମର କର୍ତ୍ତବ୍ୟ: ଆଦର୍ଶ କ୍ଲବ୍।

ତାଲପଦର-ଘେଁସ ମୁଖ୍ୟ ରାସ୍ତା କଡ଼ରେ ରୋପଣ କରାଯାଇଥିବା ଏହି ଚାରାଗୁଡ଼ିକର ସୁରକ୍ଷା ପାଇଁ ଯୁବକମାନେ କୋଦାଳ ଓ ଅନ୍ୟାନ୍ୟ ଉପକରଣ ଧରି ରାସ୍ତାକଡ଼ରେ ପହଞ୍ଚିଥିଲେ। ବର୍ଷା ଋତୁ ପରେ ଗଛ ଚାରିପାଖରେ ଉଠିଥିବା ଅନାବନା ଘାସ, କଣ୍ଟାବୁଦା ଓ ଲଟାଗୁଡ଼ିକୁ ସଫା କରିବା ସହ ମାଟି କୋଡ଼ି ଗଛଗୁଡ଼ିକ ଯେପରି ସୁରକ୍ଷିତ ଭାବେ ବଢ଼ିପାରିବ, ତାହା ସୁନିଶ୍ଚିତ କରିଥିଲେ।

କେବଳ ଦିବସ ପାଳନରେ ସୀମିତ ନରହି, ପ୍ରତ୍ୟକ୍ଷ ଶ୍ରମଦାନ ମାଧ୍ୟମରେ ନିଜେ ଲଗାଇଥିବା ଗଛଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆଦର୍ଶ କ୍ଲବ୍‌ର ଏହି ନିଷ୍ଠାପର ଉଦ୍ୟମକୁ ସ୍ଥାନୀୟ ବାସିନ୍ଦା ଏବଂ ପରିବେଶପ୍ରେମୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।

ଆମ ୱେବସାଇଟ୍‌କୁ ଆସିଥିବା ଦର୍ଶକ

୦ ମୋଟ ଦର୍ଶକ Total visitors
୦ ଆଜି Today
୦ ଏବେ ଅନଲାଇନ୍ Online now